ବିରହ ର ସ୍ୱର...
- Soumyaranjan Sahoo (The Dekoder)
- Dec 18, 2020
- 1 min read
Updated: Apr 26, 2023

ଅତୀତ ର ପଥେ ଆଜି ବି ଚାଲୁଛି,
ମୁଁ ବିରହ ର ସେଇ ପ୍ରତୀକ କହୁଛି...
ଜୀବନ ର ସୃଷ୍ଟି ମୋ ଠାରେ ହୋଇଛି,
ଜୀବନର ଶେଷ ମୋ ଦେହେ ମିଶୁଛି,
ଜୀବନ ଜୀବିକା ବଜାୟ ରଖିଛି,
ମୁଁ ବିରହ ର ସେହି ପ୍ରତୀକ କହୁଛି...
ସୃଷ୍ଟି ମୋର ଏକ ଅପୂର୍ବ କଳ୍ପନା,
ଭେଦଭାବ କିମ୍ବା କରିନାହିଁ ଉଣା,
ସ୍ୱର ମୋର ଆଜି ବିଲୋପ ହେଉଛି,
ମୁଁ ବିରହ ର ସେହି ପ୍ରତୀକ କହୁଛି...
ବାନ୍ଧି ନେବିକି ମୋ ମନ ଭାବନାକୁ,
କରିଦେବି ଶୂନ୍ୟ ହୃଦ କଳ୍ପନା,
କବି ର କାବ୍ୟ ରେ ଉତ୍ତର ଖୋଜୁଛି,
ମୁଁ ବିରହ ର ସେହି ପ୍ରତୀକ କହୁଛି...
- ଦ ଡିକୋଡର
Comments